ଭୁବନେଶ୍ୱର- ଜୁଲାଇ ମାସରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି । ଜୁଲଇ ମାସରେ କେବଳ ୧୧ ହଜାର ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ୩ ହଜାର ୪୯୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୭ରେ ପଂହଚିଥିବା ବେଳେ ଜୁଲାଇ ମାସରେ ଏହା ୭୨ରେ ପଂହଚିଛି । ତେଣୁ ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି । ଏହି ମାସରେ ଆଉ ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡ. ଜୟନ୍ତ ପଣ୍ଡା କହିଛନ୍ତି । ଅଧିକ ସଂଖ୍ୟାରେ ଟେଷ୍ଟିଂ ହେଉଥିବାରୁ ରୋଗୀ ସଂଖ୍ୟା ମଧ୍ୟ ବଢୁଛି । ତେଣୁ ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ । ସୁସ୍ଥ ହେବା ପାଇଁ ପ୍ଲାଜମା ଥେରାପା ପ୍ରଯୋଗ କରାଯାଉଛି ।