ଭୁବନେଶ୍ୱର- ଅନଲାଇନ ତଥା ଡିଜିଟାଲ ଶିକ୍ଷା ସୁଦୃଢ କରିବା ପାଇଁ ଗଠିତ ହେଲା ୪ କମିଟି । ଅନଲାଇନ ପାଠପଢା ପାଇଁ ଓଡିଶାରେ ଭିତିଭୂମିର ଅଭାବ ଥିବାରୁ ବହୁ ଛାତ୍ରଛାତ୍ରୀ ଏଥିରୁ ବଂଚିତ ହେଇ ଆସୁଛନ୍ତିି । ସରକାର ଛାତ୍ରଛାତ୍ରୀଙ୍କ ପାଇଁ ହ୍ୱାଟସଆପ ଓ ମଧୁ ଆପ ଜରିଆରେ ଶିକ୍ଷା ପ୍ରଦାନ ଲାଗି ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁ ନାହିଁ । ପ୍ରାୟ ୬୦ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରୁ ବଂଚିତ ହୋଉଛନ୍ତି । ଗ୍ରାମାଂଚଳ ଶିକ୍ଷା କଥା ନ କହିବା ଭଲ । ବର୍ତମାନ କରୋନା ସ୍ଥିତିକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ପ୍ରାଥମିକ ଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କିଭଳି ଅନଲାଇନ ଶିକ୍ଷା ମିଳିପାରିବ ସେ ନେଇ ବ୍ୟବସ୍ଥା କରାଯାଉଛି । ବିଭାଗର ବରିଷ୍ଠ ଅଧିକାରୀ, ଶିକ୍ଷା ଅଧିକାରୀଙ୍କୁ ନେଇ ୪ ଟି କମିଟି ଗଠନକରାଯାଇଛି । ଯେଉଁମାନେ ଅନଲାଇନ ଶିକ୍ଷା ପାଇଁ ବିଷୟବସ୍ତୁ ପ୍ରସ୍ତୁତ କରିବେ ତାହା ଅନୁଧ୍ୟାନ କରିବା ପାଇଁ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ନିୟମିତ ଜୁମ ଓ ମାଇକୋ୍ରସଫ୍ଟ ଟିମ ମାଧ୍ୟମରେ ବୈଠକ କରିବେ । ଅନଲାଇନ ଶିକ୍ଷା ନେଇ ତ୍ରୁଟି ସଂଶୋଧନ ପାଇଁ ଆସନ୍ତା ୧୦ ଦିନ ମଧ୍ୟରେ ଚିହ୍ନଟ ପକ୍ରିୟା ଆରମ୍ଭ ସହ ପର୍ଯ୍ୟାୟକ୍ରମେ ବିଷୟବସ୍ତୁ ପ୍ରସ୍ତୁତ ରଖିବେ । ଏହା ପ୍ରସ୍ତୁତ ହେବା ପରେ ମଧୁ ଆପ ଓ ଦୀକ୍ଷା ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ।