ଭୁବନେଶ୍ୱରୁ ୧୩୭ କରୋନା ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର- ରାଜଧାନୀରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ପାର କରୁଛି । ଏମାନଙ୍କ ମଧ୍ୟରୁ ୧୧୩ ସଙ୍ଗରୋଧ କେନ୍ଦ୍ରର ଓ ୨୪ ଲୋକାଲ କେସ୍ ରହିଛି । ସାଲିଆସାହିରୁ ୧୦, ଭୀମପୁର ୯, ଗଙ୍ଗନଗର ବସ୍ତି ୮, ଓସିସି ବସ୍ତିରୁ ୭,ବରଗଡ ୬, ଚନ୍ଦ୍ରଶେଖର ବିଡିଏ କଲୋନିରୁ ୫, ୟୁନିଟ୍-୯ ରୁ ୫, ଗଙ୍ଗନଗର ୪, ସତ୍ୟନଗର ୪, ଏକ ଘରୋଇ ହସ୍ପିଟାଲ ୪ କର୍ମଚାରୀ ରହିଛନ୍ତି । ଭୁବନେଶ୍ୱରରୁ ଆଉ ୧୧୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୫୪ ହୋଇଥିବା ବେଳେ ୨୦୬୧ ଆରୋଗ୍ୟ ଲାଭ କରିଛନ୍ତି । ଏଯାବତ୍ ୧୨୭୩ ସକ୍ରିୟ ସଂକ୍ରମଣ ରହିଛନ୍ତି ।

Comments (0)
Add Comment