ଭୁବନେଶ୍ୱର- ସ୍କୁଲରେ ନାମ ଲେଖା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅନୁପସ୍ଥିତି ଅନାବଶ୍ୟକ । ଏନେଇ ଏସଓପି ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପ୍ରଥମ ଶ୍ରେଣୀ ପିଲାଙ୍କ ନାମଲେଖା ପାଇଁ ଅଙ୍ଗନବାଡି କେନ୍ଦ୍ରରୁ ତାଲିକା ମଗାଯିବ । ଟେଲିଫୋନ କିମ୍ବା ହ୍ୱାଟସଅପ ଜରିଆରେ ପ୍ରାଧାନ ଶିକ୍ଷକଙ୍କୁ ତାଲିକା ଦିଆଯିବ । ଯଦି ସ୍କୁଲଟି କନଂଟେନମେଂଟ ଜୋନରେ ଅଂଚଳରେ ଥିବ ତେବେ ନାମଲେଖା ପ୍ରକ୍ରିୟା ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି । ମହାମାରୀ କରୋନାର ଭୟାବହତା କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।