ବିପିୟୁଟି ଅନଲାଇନ ପରୀକ୍ଷାକୁ ନେଇ ବିଜେପିର ବିରୋଧ

ଭୁବନେଶ୍ୱର- ଜୁଲାଇ ୯ରେ ବିପିୟୁଟି ରେ ହେବାକୁ ଥିବା ଶେଷ ସେମିଷ୍ଟାର ଅନଲାଇ ପରୀକ୍ଷାକୁ ବିରୋଧ କରି ସରକାରଙ୍କୁ ସମାଲୋଚାନ କରିଛି ବିଜେପି । ପରୀକ୍ଷାକୁ ବିରୋଧ କରି ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଛାତ୍ରଛାତ୍ରୀ ଅନଲାଇନରେ ପରୀକ୍ଷା ଦେବା କଷ୍ଟକର ବ୍ୟାପାର ବେଲି କୁହାଯାଇଛି । ପିଲାମାନେ ୩ ଘଂଟା ପରୀକ୍ଷା ଦେବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି ତାହା କେତେ ଦୂର ଯୁକ୍ତି ଯୁକ୍ତ । ଗ୍ରାମାଂଚଳରେ ରହୁଥିବା ପିଲାଙ୍କ ଇଂଟେରନେଟର ସମସ୍ୟା ରହିଛି । ଗ୍ରାମାଂଚଳ କଥା ଭୁଲି ଯାଅ ସହାରାଂଚଳରେ ମଧ୍ୟ ଇଂଟେରନେଟର ସମସ୍ୟା ଉପୁଜୁଛି । ଏବେ ମୌସୁମୀ ସମୟ ବାରମ୍ବର ବିଜୁଳି କାଟ ହେବ । ତେବେ ପିଲା ଏଭଳି ପରିସ୍ଥିତିରେ ପରୀକ୍ଷା କିପରି ଦେବେ । ପରୀକ୍ଷା ପାଇଁ ବିପିୟୁଟି ପକ୍ଷରୁ କୌଣସି ବନ୍ଦବୋସ୍ତ କରାଯାଇ ନାହିଁ । ଅଧିକାଂଶ ପିଲାଙ୍କ ଲାପଟପ ଓ କଂପ୍ୟୁଟର ଖରାପ ହୋଇ ପଡିଛି । ଯେଉଁମାନେ କଂଟେନମେଂଟ ଜୋନରେ ଅଛନ୍ତି ସେମାନେ କିପରି ସେମାନଙ୍କ ଜିନିଷକୁ ସଜାଡିବେ । ତେଣୁ ପରୀକ୍ଷାକୁ ବାତିଲ କରିବା ସହ ପୂର୍ବ ସେମିଷ୍ଟାରରେ ରଖିଥିବା ମାର୍କ ଆଧାରରେ ନମ୍ବର ଦେବାକୁ ଦାବି ହୋଇଛି । ସେହିପରି ବିରୋଧି ଦଳ ନେତା ପ୍ରଦୀପ୍ତ କୁମାର ନାୟକ ବିପିୟୁଟି ଶେଷ ସେମିଷ୍ଟାର ବାତିଲ କରିବା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କୁ ଚିଠି ଲେଖିଛନ୍ତି । ଅଧିକାଂଶ ଶିକ୍ଷାନୁଷ୍ଠାନ ମାନଙ୍କରେ ପରୀକ୍ଷାକୁ ବାତିଲ କରିଥିବା ବେଳେ ବିପିୟୁଟିରେ ପରୀକ୍ଷା ନହେବା ପାଇଁ ବିରୋଧି ଦଳ ନେତା ପ୍ରଦୀନ୍ତ କୁମାର ଦାବି କରିଛନ୍ତି ।

Comments (0)
Add Comment