ଭୁବନେଶ୍ୱର- ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋର ଚାଳିଛି । ନିର୍ମାଣ କାର୍ଯ୍ୟ ପାଇଁ ଭାରତର ପ୍ରମୁଖ ତୀର୍ଥ ସ୍ଥଳରୁ ପବିତ୍ର ମାଟି ଏବଂ ତୀର୍ଥ ଜଳ ସଂଗ୍ରହ କରାଯାଉଛି । ବୁଧାବର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରିସରରୁ ମାଟି ଓ ପବିତ୍ର ଜଳ ସଂଗ୍ରହ କରାଯାଇଛି । କୁହାଯାଇଛି ଯେ ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ସାଂସ୍କୃତିକ ଐତିହ୍ୟକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବ । ସେବାୟତଙ୍କ ଦ୍ୱାରା ବିଧିପୂର୍ବକ ଭୂମି ପୂଜନ ପରେ ମାଟି ଏବଂ ଜଳ ସଂଗ୍ରହ କରି ଡାକଯୋଗେ ଅଯୋଧ୍ୟା ପଠା ଯାଇଥିଲା । ପଣ୍ଡିତ ନାରାୟଣ ତ୍ରିପାଠୀ, ବିଶେଷ ଚୈିନ୍ୟ ମହାରାଜ, ଚିତରଞ୍ଜନ ମହାପାତ୍ର, ସ୍ୱର୍ଣ୍ଣେଶ୍ୱର ମୁଦୁଲି, ଦୀନବନ୍ଧୁ ଷଡଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ ।