କଟକ- କଟକ ମହାନଗର ନିଗମ ୩୮ ନମ୍ବର ୱାର୍ଡ ଅନ୍ତର୍ଗତ ମାଲଗୋଦାମ ବେହେରା ସାହି ଅଂଚଳକୁ କଂଟେନମେଂଟ ଘୋଷଣା କରାଯାଇଛି । ଅଂଚଳରେ ସ୍ଥାନୀୟ ପଜିଟିଭ ଚିହ୍ନଟ ହେବାପରେ ସିଏମସି ପକ୍ଷରୁ ଏଭଳି ପଦେକ୍ଷପ ନିଆଯାଇଛି । ଏହି ଅଂଚଳ ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କୌଣସି ବାହାର ଲୋକ ସେହି ଅଂଚଳକୁ କିମ୍ବା କୌଣସି ବାହାର ଲୋକ ସେହି ଅଂଚଳକୁ ଯାଇପାରିବେ ନାହିଁ । କଂଟେନମେଂଟ ଘୋଷଣା କରାଯାଇଥିବା ସ୍ଥାନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସିଏମସି ପକ୍ଷରୁ ଯୋଗାଇ ଦିଆଯିବ ।