ଭୁବନେଶ୍ୱର- ବାହୁଡା ଯାତ୍ରା ପାଇଁ ପୁରୀରେ ପୁଣି ଜାରି ହେବ କର୍ଫ୍ୟୁ । ଜୁନ୍ ୩୦ ତାରିଖ ରାତି ୧୦ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ସାରା ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ ବୋଲି ପୁରୀ ଜିଲ୍ଲାପଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ନୀଳାନ୍ଦ୍ରି ବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କଟକଣା କଡାକଡି ଲାଗୁହେବ । ଏହି ସମୟ ମଧ୍ୟରେ ପୁରୀର କୌଣସି ହୋଟେଲ କିମ୍ବା ଲଜରେ ପର୍ଯ୍ୟଟକଙ୍କୁ ରଖିବା ପାଇଁ ବାରଣ କରାଯାଇଛି । ବଡଦାଣ୍ଡରେ ଥିବା ବ୍ୟକ୍ତିଗତ ଘର, ଧାର୍ମିକ ଅନୁଷ୍ଠାନ ସର୍ଭେ କରାଯିବ । ସେହିପରି କୌଣସି ପରିବାର ବାହାର ଲୋକଙ୍କୁ ରଖିବା ଉପରେ କଟକଣା ଜାରି କରାଯାଇଛି ।