ଭୁବନେଶ୍ୱର- ପୁଣି ନୂଆ ୬ କରୋନା ଆକ୍ରାନ୍ତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୩ ହୋମ କ୍ୱାରେନଟାଇନର ହୋଇଥିବା ବେଳେ ୩ ଲୋକାଲ କେସ୍ ରହିଛି । ସଙ୍ଗରୋଧ କେନ୍ଦ୍ରରୁ ଡୁମଡୁମାରୁ ଜଣେ, ଆଇଆରସି ଭିଲେଜ ଜଣେ ଓ ବାପୁଜୀ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ଟଙ୍କପାଣି ରୋଡ୍ ଅଂଚଳରେ ରହୁଥିବା ଜଣେ ଘରୋଇ ହସ୍ପିଟାଲ କର୍ମଚାରୀ, ରାଜାରାଣୀ ମନ୍ଦିର ନିକଟରୁ ଜଣେ, ଫରେଷ୍ଟ ପାର୍କ ଅଂଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୬୫ ସୁସ୍ଥ ହୋଇଥିବା ବେଳେ ୧୨୨ ଆକଟିଭ କେସ୍ ରହିଛି । ତେବେ ଆଜି ଆଉ ୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।