ଭୁବନେଶ୍ୱର- କୋଭିଡ ଟିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଆଇ ସିଓ ପୁନୱାଲଙ୍କ ସହ ଭିଡିଓ କଲ ଜରିଆରେ କଥାବାର୍ତ ହୋଇଛନ୍ତି । ଖୁବ୍ ଶୀଘ୍ର ଓଡିଶାରେ ଟିକା ପଂହଚାଇବା ପାଇଁ ପୁନୱାଲଙ୍କୁ କହିଛନ୍ତି । କରୋନା ଟିକା ପ୍ରସ୍ତୁତ କରୁଥିବା ଅକ୍ସର୍ଫୋଟ ୟୁନିଭରସିଟର ପରୀକ୍ଷଣ ଏସଆଇଆଇ ଦ୍ୱାରା ଭାରତରେ ସଫଳ ହୋଇଥିଲା । ଅକ୍ସଫୋର୍ଟ ୟୁନିଭରସିଟି ଓଡିଶାକୁ ଖୁବ ଶୀଘ୍ର ଏହି ଟିକା ପଠାଇବ ବୋଲି ପୁନୱାଲ କହିଛନ୍ତି । ଅଗଷ୍ଟ ମାସ ସୁଦ୍ଧା ଏହି ଭ୍ୟାକସିନ ପ୍ରସ୍ତୁତ ଶେଷ ହୋଇଥିବ । ଅକ୍ଟେବର ଓ ନଭେମ୍ବରରେ ଓଡିଶାରେ ଏହି ଟିକାର ମାନବ ପରୀକ୍ଷଣ କରାଯିବ ବୋଲି ପୁନୱାଲ କହିଛନ୍ତି ।