କୁକୁର ଖାଦ୍ୟ କୁ ‘ବେସନ’ କହି ବିକ୍ରି

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଳା ନିଶ୍ଚିନ୍ତକୋଇଲି ବ୍ଳକ ନାହାଳପୁର ଗ୍ରାମରେ ଆମେରିକାରେ ତିଆରି କୁକୁର ଖାଦ୍ୟକୁ ‘ବେଶନ’ କହି ଲୋକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।

କିଛି ଲୋକ ଜାଣିନପାରି ଏହାକୁ ଖାଇ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି ।ସ୍ତାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ଆମେରିକାରେ ତିଆରି କୁକୁର ଖାଦ୍ୟକୁ ଦୋକାନୀ କିପରି ଏଠାକୁ ଆଣି ବିକ୍ରି କରୁଛନ୍ତି ତାହା ତଦନ୍ତସାପେକ୍ଷ । ସ୍ଥାନୀୟ ଲୋକେ ନରେନ୍ଦ୍ରପୁର ଫାଣ୍ଡିରେ ଏତଲା ଦେବାକୁ ଯାଇଥିବାବେଳେ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ମାହାଳି ଅଭିଯୋଗ ଶୁଣିନଥିବାରୁ ଅଭିଯୋଗକାରୀ ନେମାଳ ଥାନାରେ ଏତଲା ଦେଇଥିଲେ ।

Comments (0)
Add Comment