ହୋଇପାରେ ବିଦ୍ରୋହ

ନୂଆଦିଲ୍ଲୀ: ଗଲୱାନ ସଂଘର୍ଷରେ ଭାରତର ୨୦ଜଣ ସୈନ୍ୟ ସହିଦ୍ ହୋଇଥିବା ବେଳେ ଚୀନ୍ ଏପର୍ଯ୍ୟନ୍ତ ନିଜର ମୃତାହତ ସୈନିକଙ୍କ ସଂଖ୍ୟା ସାର୍ବଜନୀନ କରୁନାହିଁ । ଚୀନ୍ ମୃତାହତଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ସରକାର ଲଜ୍ଜିତ ହେବାକୁ ପଡିବ ବୋଲି ତଥ୍ୟ ଲୁଚାଉଥିବା ମନେ କରାଯାଉଛି । ଆମେରିକାରେ ରହୁଥିବା ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଜଣେ ନେତାଙ୍କ ପୁଅ ଜିଆନଲି ୟାଙ୍ଗ କହିଛନ୍ତିଯେ ଚୀନ୍ ଆଶଙ୍କା କରୁଛି କି ଏଭଳି ତଥ୍ୟ ଜାଣିଲେ ଚୀନ୍ ସେନାରେ ଏବେ କାର୍ଯ୍ୟରତ ସୈନିକ ଓ ଅବସରପ୍ରାପ୍ତ ସୈନିକ ଉଭୟ ବିଦ୍ରୋହ କରିବେ ।

Comments (0)
Add Comment