ତିନି ଭଉଣୀ ଉପରକୁ ଏସିଡ୍ ମାଡ

ଗୋଣ୍ଡା: ତିନି ଭଉଣୀ ଉପରକୁ ଏସିଡ୍ ମାଡ କରାଯାଇଛି । ଏସିଡ୍ ମାଡରେ ବଡ ଭଉଣୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ୟୁପି ଗୋଣ୍ଡା ଜିଲ୍ଲାର ପକ୍କା ଗାଁରେ । ତେବେ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତିନି ଭଉଣୀ ଗୋଟିଏ ଘରେ ଶେଇଥିବା ବେଳେ ଜଣେ ଯୁବକ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି । ବଡ଼ ଭଉଣୀ ଗୁରୁତର ଥିବା ବେଳେ ଅନ୍ୟ ଦୁଇ ଭଉଣୀଙ୍କ ଉପରେ ଏସିଡ ଅଳ୍ପ ଟିକିଏ ପଡିଥିବା ଜଣାପଡିଛି । ପୀଡିତାଙ୍କ ବାପା କହିଛନ୍ତି ଝିଅର ଅବସ୍ଥା ଦେଖିବା ପରେ ପ୍ରଥମେ ସେ ଆକଳନ କରିଥିଲେ ଗ୍ୟାସ୍ ସିଲିଣ୍ଡର ପାଇଁ ବୋଧହୁଏ ଏଭଳି ହୋଇଛି ।ହେଲେ ଝିଅର ଚିକôାର କରିବା ପରେ ସେ ଜାଣିବାକୁ ପାଇଥିଲେ ଜଣେ ଯୁବକ ଏଭଳି କାଣ୍ଡ ଭିଆଇଛି । ତେବେ ଗୁରୁତର ହୋଇଥିବା ଝିଅର ବୟସ ୧୭, ହୋଇଥିବା ବେଳେ ଅନ୍ୟ ଦୁଇଭଉଣୀଙ୍କ ବୟସ ୧୨ ଓ ୮ବର୍ଷ ବୋଲି ଜଣାପଡିଛି । ପୀଡିତାଙ୍କ ବାପାର କହିଛନ୍ତି ତାଙ୍କର କାହା ଉପରେ ସନେ୍ଦହ ନାହିଁ । ଗାଁରେ ଏଭିଳି ଘଟଣା ପ୍ରଥମ ଥର ପାଇଁ ଘଟିଛି । ତେବେ ଏହି ଏସିଡ୍ ମାଡର କାରଣ ଜଣାପଡିନଥିବା ବେଳେ ପୁଲିସର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

Comments (0)
Add Comment