ବାଲେଶ୍ୱର:  ଅଗ୍ନି-୧ କ୍ଷେପଣାସ୍ତ୍ର ସିରିଜର ବିକଶିତ ସଂସ୍କରଣ ଅଗ୍ନି-୧ ପ୍ରାଇମ୍ କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି ।   ଆଜି   ଅବଦୁଲ କଲାମ୍ ଦ୍ୱୀପରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ୪ ନମ୍ବର ଲଞ୍ଚପ୍ୟାଡ୍ରୁ ପୂର୍ବାହ୍ନ ୧୦ଟା ୫୫ ମିନିଟ୍ରେ ଏହା ଉତ୍କ୍ଷେପଣ କରାଯାଇଥିଲା ।  ଭୂପୃଷ୍ଠରୁ ଭୂପୃଷ୍ଠ ଗାମି  ଏହି ଆଣବିକ ଶକ୍ତିସମ୍ପନ୍ନ । ଏହାର  ଲକ୍ଷ୍ୟଭେଦ କ୍ଷମତା ୧୦୦୦ରୁ ୨୦୦୦ କିଲୋମିଟର ରହିଛି । ସ୍ୱଦେଶୀ ଜ୍ଞାନକେଶଳରେ  ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଅଗ୍ନି-୧ ପ୍ରାଇମ୍ କ୍ଷେପଣାସ୍ତ୍ରର ବିକଶିତ କରାଯାଇଛି ।  
 ଏହା ହଜାରେ କିଲୋକ ଗ୍ରାମ ଓଜନ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବା ସାମର୍ଥ ରହିଛି । ଅଗ୍ନି-୧ ପ୍ରାଇମ୍ କ୍ଷେପଣାସ୍ତ୍ର ଏହା ହେଉଛି ପ୍ରଥମ ବ୍ୟବହାରିକ ପରୀକ୍ଷା ।  ପୂର୍ବରୁ ଭାରତୀୟ ସେନାର ଷ୍ଟ୍ରାଟେଜିକ୍ କମାଣ୍ଡ ଫୋର୍ସ ଏକାଧିକ ଥର ଏହାର ସଫଳ ବ୍ୟାବହାରିକ ପରୀକ୍ଷଣ କରିଛି । ଅଗ୍ନି-୧ ଲକ୍ଷ୍ୟଭେଦ କ୍ଷମତା ଭିତରେ ପାକିସ୍ତାନ ଓ ଚୀନର ଅଧିକାଂଶ ସହର ଆସୁଛି ।  ଅଗ୍ନି-୧ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ  ଡିଆରଡିଓ ବୈଜ୍ଞାନିକ ମାନଙ୍କୁ  ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।