୩୧ ପର୍ଯ୍ୟନ୍ତ ଆନ୍ତଃର୍ଜାତୀକ ବିମାନ ସେବା ନିଷିଦ୍ଧ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଡେଲଟା ଭାରିଆଣ୍ଟ ଏବଂ ତୃତୀୟ ଲହରର ସମ୍ଭାବନାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଜୁଲାଇ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥି୍ୱା ପ୍ରତିବନ୍ଧକକୁ ବଢ଼ାଇ ଦେଇଛନ୍ତି । ବୁଧବାର ଡିଜିସିଏ ଏହି ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ ଜୁନ୍ ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ୍ ଲଗାଯାଇଥିଲା । ତେବେ ଏହି ଅବଧି ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ଚଳାଚଳ ପାଇଁ ଅନୁମତି ରହିବ ବୋଲି ଜଣାପଡ଼ିଛି । ଡିଜିସିଏ ଜାରି କରିଥିବା ଗାଇଡ୍ ଲାଇନ୍ ଅନୁଯାୟୀ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ୍ ଲଗାଯାଇଛି । କିନ୍ତୁ ମାଲ ପରିବହନ କରୁଥିବା ବିମାନ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।୩୧ ପର୍ଯ୍ୟନ୍ତ ଆନ୍ତଃର୍ଜାତୀକ ବିମାନ ସେବା ନିଷିଦ୍ଧ

Comments (0)
Add Comment