ଆଜି ଅନୁଭବଙ୍କ ବିରୋଧରେ ହୋଇପାରେ ଶୁଣାଣି


କଟକ- ଆଜି କଟକ ଏସଡିଜିଏମ କୋର୍ଟ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ହେଇଥିବା ମାମଲାର ଶୁଣାଣି କରିପାରନ୍ତି । ପାରବାରିକ କହଳକୁ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଏସଡିଜିଏମ କୋର୍ଟରେ ପିଟିସିନ ଦାୟର କରିଥିଲେ । ଅନୁଭବ ଜଣେ ପୋସାଦାର ମଦ୍ୟପ । ମଦ ପିଇଲା ପରେ ସେ ତାଙ୍କ ହତାହତ ଜ୍ଞାନ ଭୁଲି ଯାଆନ୍ତି । ନିଜ ବେଡରୁମରେ ସାଙ୍ଗସାଥୀଙ୍କ ସହ ମିଶି ମଦ ପିଅନ୍ତି । ଏହାକୁ ବିରୋଧ କଲେ ହାତରେ ଓ ବାଡିରେ ପିଟନ୍ତି । ଏପରିକି ଗୋଇଠା ମାରନ୍ତି ବୋଲି ବର୍ଷା ପିଟିସନରେ ଉଲ୍ଲେଖ କରିଛନ୍ତି । ବିବାହ ପରେ ଏକାଧିକ ଫିଲ୍ମରେ ବର୍ଷା ଅଭିନୟ କରିଛନ୍ତି, କିନ୍ତୁ ତାଙ୍କ ପାରିଶ୍ରମିକ ଅନୁଭବ ଦିଅନ୍ତି ନାହିଁ । ଏକାଧିକ ଝିଅଙ୍କ ସହ ତାଙ୍କ ସଂପର୍କ ଥିବା ସେ ଉଲ୍ଲେଖ କାରିଛନ୍ତି । ଜୁନ ୭ ତାରିଖରେ ଅନୁଭବ ଓ ତାଙ୍କ ବାପା ଖରାପ ଭାଷାରେ ଦୁଇ ଘଂଟା ଧରି ଗାଳିଗୁଲଜ କରିଥିଲେ । ଜୁନ ୧୧ ତାରିଖରେ ଛାଡପତ୍ର ପାଇଁ ବାଧ୍ୟ କରିଥିଲେ, ନହେଲେ ପରିଣାମ ଭୋଗ କରିବାକୁ ପଡିବ ବୋଲି ବର୍ଷା ପିଟିସନରେ ଉଲ୍ଲେଖ କରିଛନ୍ତି । ଏପରିକି ବର୍ଷା ଅନୁଭବଙ୍କ ବିରୋଧରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି ।

Comments (0)
Add Comment