୩୦ରେ ବାବ୍ରୀ ମସ୍‌ଜିଦ୍ ଭଙ୍ଗା ମାମଲା ରାୟ

ଲକ୍ଷ୍ନୌ : ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇବାକୁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାଣୀ, ମୁରଲୀମନହର ଯୋଶୀ , କଲ୍ୟାଣ ସିଂହ ଓ ଉମା ଭାରତୀଙ୍କ ସମେତ ୩୨ଜଣ ଅଭିଯୁକ୍ତ ଅଛନ୍ତି । ବୁଧବାର ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ ଅଦାଲତର ବିଚାରପତି ସୁରୋନ୍ଦ୍ର କୁମାର ଅଯୋଧ୍ୟା ଅପରାଧିକ ଷଡ଼ଯନ୍ତ୍ର ମାମଲାର ରାୟ ଶୁଣାଇବାକୁ ଏହି ତାରିଖ ଧାର୍ଯ୍ୟ କରିଛନ୍ତି । ସମସ୍ତ ୩୨ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରି ଏହି ମାସ ପ୍ରାରମ୍ଭରେ ଅଦାଲତ ଏହି ମାମଲାର ସବୁ ପ୍ରକ୍ରିୟା ଶେଷ କରିଥିଲେ । ଆଡ଼ୱାଣୀ, ଯୋଶୀ, କଲ୍ୟାଣ ଏବଂ ଉମାଙ୍କ ସମେତ ଏହି ମାମଲାରେ ୩୨ ଅଭିଯୁକ୍ତଙ୍କ ମଧ୍ୟରୁ ୨୫ଜଣଙ୍କର ପ୍ରତିନିଧିତ୍ୱ କରୁଥିବା ଓକିଲ କେକେ ମିଶ୍ର । ରାୟ ଶୁଣାଇବା ଲାଗି ଅଦାଲତ ସ୍ଥିର କରିଥିବା ତାରିଖ ସଂକ୍ରାନ୍ତରେ ସୁନିଶ୍ଚିତ କରିଛନ୍ତି । ଶୀଘ୍ର ବିଚାର ଶେଷ କରିବା ନିମନ୍ତେ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ ବି ବିଜେପିର ବରିÂ ରାଜନେତାମାନେ ସମ୍ପୃକ୍ତ ଥିବା ଏହି ସ୍ପର୍ଶକାତାର ମାମଲା ଅଦାଲତରେ ଦୀର୍ଘ ଦିନ ଧରି ପଡ଼ିରହିଥିଲା ।

Comments (0)
Add Comment