ଗଞ୍ଜାମ- ଆଜିଠାରୁ ବ୍ରହ୍ମପୁର ସହାରକୁ ଯାତାୟତ ଉପରୁ ଉଠିଲା କଟକଣା । ବହ୍ମପୁର ଅଂଚଳକୁ ଅନ୍ୟ ଜିଲ୍ଲାବାସୀ ଓ ଅନ୍ୟ ଜିଲ୍ଲାକୁ  ବ୍ରହ୍ମପୁର ବାସୀ  ବିନା କଟକଣାରେ ଯାତାୟତ କରିପାରିବେ । ସହରର ବଜାର ଖୋଳିବା ସମୟ ମଧ୍ୟ ବଢାଇ ଦିଆଯାଇଛି ।  ସକାଳ ୫ରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲା ରହିବ । ତେବେ ସପ୍ତାହନ୍ତ ସଟଡାଉନ ପୂର୍ବପରି ଜାରି ରହିବ ବୋଲି  ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୁହାଯାଇଛି । କରୋନା ହଟସ୍ପଟ ପାଲଟିଥିବା ଗଞ୍ଜାମରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଥିବାରୁ  ଦୀର୍ଘ ମାସେ ପର୍ଯ୍ୟନ୍ତ ଜିଲ୍ଲାକୁ ଚାରି ପଟୁ ସିଲ୍ କରି ଦିଆଯାଇଥିଲା ।  ଜିଲ୍ଲା ବାହାର ଲୋକ ସହର ମଧ୍ୟକୁ ଓ ସହର ଲୋକ  ବାହାରକୁ  ଯାତାୟତ ଉପରେ କଟକଣା ଲାଗାଯାଇଥିଲା ।  ଏହି ସମୟରେ ଡୋର ଟୁ ଡୋର ହେଲଥ ସ୍କ୍ରିନିଂ କରାଯାଇଥିଲା । ଜିଲ୍ଲାରେ କରୋନା ସଂକ୍ରମିତ ହାର ହ୍ରାସ ପାଉଥିବାରୁ  ପ୍ରଶାସନ ପକ୍ଷରୁ ଆଜି କଟକଣାକୁ ଉଠାଇ ଦିଆଯାଇଛି । ତେବେ ଆଜିଠାରୁ ବ୍ରହ୍ମପୁର ଯାଆସ ଉପରେ କୌଣସି  କଟକଣା ରହିବନି ।