ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଶନିବାର ଶୁଭାରମ୍ଭ ହୋଇଛି । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଉସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଯୋଡି ହୋଇ ଉଦବୋଧନ ଦେଇଥିଲେ । ସେ ନିଜ ଅବିଭଷେଣରେ ପ୍ରଥମେ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । ବିନ୍ଦୁ ସାଗର ପ୍ରକଳ୍ପରେ ସହଯୋଗ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିନ୍ଦୁ ସାଗର ଆମ ଆଶା ଓ ବିଶ୍ୱାସ ତୀର୍ଥ , ବିନ୍ଦୁ ସାଗର ଭୁବନେଶ୍ୱର ବାସୀଙ୍କ ଜୀବନ ସହ ଜଡିତ, ସାରା ଭାରତର ସବୁ ତୀର୍ଥର ଜଳ ବିନ୍ଦୁ ସାଗରରେ ରହିଛି , । ଏହାକୁ ସ୍ୱଚ୍ଛ ରଖିବା ଆମ ନୈତିକ ଦାୟିତ୍ୱ । ଭୁବନେଶ୍ୱରରେ ଅନେକ ତୀର୍ଥ ୋଖରୀ ରହିଛି ଏହାକୁ ସଫା ରଖିବା ଆମ ସମସ୍ତଙ୍କ ଦାୟି୍ତ୍ୱ । ଏହି କାମରେ ମୁଁ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସଆର ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିନ୍ଦୁସାଗର ସଫେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଇନଷ୍ଟିଚୁ୍ୟଟ ଅ କେମିକାଲ ଟେକ୍ନୋଲୋଜି ର ନିଦେ୍ର୍ଧଶକ ପ୍ରଫେସର ଭାସ୍କର ଏନ ଥୋରାଟ । ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଠେଡ ର ସହଯୋଗିତାରେ ଏହା କାର୍ଯ୍ୟକାରୀ ହେବ । ଉକ୍ତ କାର୍ଯ୍ୟକ୍ରମ ବିଜେପି ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ନାରାବାଜି ଦେଖିବାକୁ ମିଳିଥିଲା । ପରେ କିଛି ସମୟ ପାଇଁ ୁଭୟ ଦଳୀୟ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୁଲିସର ହସ୍ତକ୍ଷେପ ପରେ ଉଭୟ ଦଳ ଶାନ୍ତ ପଡିଥିଲେ । ସୂଚନାଯୋଗ୍ୟ, ଗତ ବର୍ଷ ଜୁନମାସରେ ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଠେଡ ଓ ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ କେମିକାଲ ଟେକ୍ନୋଲୋଜି ଭିତରେ ବିନ୍ଦୁସାଗର ଜଳର ସ୍ୱାଚ୍ଛତାକୁ ନେଇ ବୁଝାମଣା ହୋଇଥିଲା ।ତିନିମାସ ଭିତରେ ବିନ୍ଦୁସାଗର ଜଳକୁ ସ୍ୱଚ୍ଛ କରିବା ଲାଗି ଦିନ ଧାର୍ଯ୍ୟ ହୋଇଥିଲା । ତେବେ କୋଭଡ-୧୯ ମହାମାରୀ ଯୋଗୁଁ କାର୍ଯ୍ୟରେ ବିଳମ୍ବ ଘଟିଥିଲା । ରାଜ୍ୟ ସରକାରଙ୍କ ଫୋକସରେ ଏବେ ଏକାମ୍ର ବିକାଶ ରହିଛି । ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ ବିକାଶ ସହ ବିନ୍ଦୁସାଗର ଜଳ ସ୍ୱଚ୍ଛତା କରାଯିବ ନିହାତି ଜରୁରୀ । ଏଥିପାଇଁ ସରକାର ବିନ୍ଦୁସାଗର ପ୍ରତି ଅଧିକ ଗୁରୁତ୍ୱ ଦେଇଛନ୍ତି । ଗତବର୍ଷ ଅକ୍ଟୋବର ୩୧ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ ଏକାମ୍ରକ୍ଷେତ୍ରର ସ୍ଥିତି ଅନଚଧ୍ୟାନ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସେହିପରି ୨୦୨୦ ଡିସେମ୍ବର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପର ସମୀକ୍ଷା କରିବା ସହ ବିନ୍ଦୁସାଗର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ଏବେ କିନ୍ତୁ ବିନ୍ଦୁସାଗର ଜଳକୁ ସ୍ୱଚ୍ଛ ଲାଗି କାର୍ଯ୍ୟ ଆରମ୍ଭ ହୋଇସାରିଛି । ୨୧ ଏକର ପରିମିତ ବିନ୍ଦୁସାଗର ପୁଷ୍କରିଣୀ ଚତଃୁପାଶ୍ୱର୍ରେ ୪ଟି ଯନ୍ତ୍ରାଂଶ ଖଞ୍ଜା ହୋଇଯାଇଛି । ଏହି ପଦ୍ଧତିରେ ବିନ୍ଦୁସାଗର ପାଣି ସ୍ୱଚ୍ଛ ହେଲେ ଏକାମ୍ରର ଆଉ ୪ଟି ତୀର୍ଥପୁଷ୍କରିଣୀ ଜଳକୁ ସ୍ୱଚ୍ଛ ଓ ନିର୍ମଳ କରାଯିବ ବୋଲି ଓବିସିିସିର ପରିଚାଳନା ନିଦେ୍ର୍ଧଶକ ଇଂ ଜୟକୃଷ୍ଣ ଦାସ କରିଛନ୍ତି ।

Comments (0)
Add Comment