ଅପରାହ୍ନରେ ବସିବ କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ


ଭୁବନେଶ୍ୱର- ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଅପରାହ୍ନଣରେ ବସିବ କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ । ଅଧିବେଶନରେ ଦଳ କି କି ପ୍ରସଙ୍ଗ ଉଠାଇବ ସେନେଇ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଆଜି କଂଗ୍ରେସ ବିଧାୟକ ମଧ୍ୟ ଏନେଇ ଆଲୋଚନା କରିବେ । କୃଷି ଆଇନିକୁ କେନ୍ଦ୍ର ସରକାର ସମର୍ଥନ କରୁଥିବାରୁ ରାଜ୍ୟ ସରକାରଙ୍କୁ ଘେରିବ କଂଗ୍ରେସ । ଏଥି ସହିତ ବିିଭନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବ । ରାଜ୍ୟରେ କୋଭିଡ -୧୯ରେ ସରାକର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି, ନରୀ ନିର୍ଯାତନା, ଆଇନଶୃଙ୍ଗଳା ବିପର୍ଯ୍ୟସ୍ତ, ମାକ୍ସ କିଣା ଦୁର୍ନୀତି, ବନ୍ୟାରେ ପ୍ରଭାବିତ ହେଉଥିବା ଲୋକଙ୍କ ପାଖରେ ସୁବିଧତା ସୁଯୋଗ ପଂହଚି ନପାରିବା ଓ ଚାଷୀ ସମସ୍ୟାକୁ ଉଠାଇ ପାରନ୍ତି । କିନ୍ତୁ ସେପଟେ ବିରୋଧୀଙ୍କ ମୁକାବିଲା ପାଇଁ ଆଜିର ବୈଠକରେ ରଣନୀତି ପ୍ରସ୍ତୁତ କରିବ ଶାସକ ବିଜେଡି ।

Comments (0)
Add Comment