ରାୟଗଡା- ପୁଣି ଘାଟିରେ ଓଲଟିଲା ଶ୍ରମିକ ବସ୍ । ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକ ଆହାତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାୟଗଡା ଥାନା ଅର୍ନ୍ତଗତ ଗୁମ୍ମା ଘାଟିରେ ।  ସୂଚନାଯୋଗ୍ୟ ବସଟି  ବଲାଙ୍ଗୀର ଓ ବୈଦ୍ଧ ଜିଳ୍ଲାରୁ ଶ୍ରମିକ ମାନଙ୍କୁ ନେଇ  ତାମିଲନାଡୁ ଯାଇଥିଲା । ତେବେ ଘାଟି ପାଖରେ ଭାରସ୍ୟାମ  ହରାଇ ବସଟି ଓଲଟି ପଡିଥିଲା ।  ବସ୍  ପ୍ରାୟ ୫୦ ଜଣଙ୍କ ଶ୍ରମିକ ଥିଲେ । ଏଥି ମଧ୍ୟରୁ କେହି ବି  ମୃତାହତ ହୋଇନାହାନ୍ତି ,୪ ଜଣ  ଆହାତଙ୍କୁ ରାୟଗଡା ପୋଲିସ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛି ।