କୋରାପୁଟ: ଭିଜିଲାନ୍ସ ହାତରେ ଧରାପଡିଲେ ଲାଚୁଂଆ ସରପଂଚ । ଦଶମନ୍ତପୁର ବ୍ଲକ ଅର୍ନ୍ତଗତ ମୁଜାଙ୍ଗ ପଂଚାୟତ ସରପଂଚ ଗାଁ ପୋଖରୀ କାମର ୱାର୍କ ଅର୍ଡର ଦେବା ପାଇଁ ଗଙ୍ଗାଧର ସାଇନ୍ତାଙ୍କ ଠାରୁ ୨୦ ହଜାର ଲାଂଚ ମାଗିଥିଲେ । ତେଣୁ ଗଙ୍ଗାଧର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଗଙ୍ଗାଧରଙ୍କ ଠାରୁ ସରପଂଚ ଲାଂଚ ନେଉଥିବା ବେଳେ କବଜା କରିଥିଲା ଭିଜିଲାନ୍ସ ।