ଚାଇନା ସମ୍ବାଦିକ ଆମେରିକାରେ ଏଣିକି ୯୦ ଦିନ ରହିପାରିବେ


ୱାଶିଂଟନ- ଆମେରିକାରେ କାର୍ଯ୍ୟରତ ଚାଇନା ସାମ୍ବାଦିକଙ୍କ ରହଣି ଉପରେ ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ ନିଷ୍ପତି ନେବାକୁ ଯାଉଛନ୍ତି । ଆମେରିକାରେ ବିଦେଶୀ ସାମ୍ବାଦିକଙ୍କ ରହଣି ସମୟ ସୀମା ୨୪୦ ଦିନ ଥିବା ବେଳେ ଏହାକୁ ୯୦ ଦିନକୁ କମେଇ ଦିଆଯାଇଛି । ଏହି ସମୟ ଶେଷ ହେବାପରେ ପୁଣି ଥିରେ ସେମାନେ ଅନୁମତି ନେବାକୁ ଆବେଦନ କରିବେ । ଆମେରିକା ଗୃହ ବିଭାଗର ପ୍ରସ୍ତାବ ଅନୁସାରେ ଆମେରିକାାରେ ବାହାର ଦେଶର ଛାତ୍ର, ଅନୁସନ୍ଧାନକାରୀ ଓ ସାମ୍ବାଦିକଙ୍କ ଭିସା ଉପରେ ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯିବା ଉଚିତ । ବିଦେଶୀ ସାମ୍ବାଦିକ ଓ ସେମାନଙ୍କ ପରିବାର ଭିସା ସମାପ୍ତ ହେବା ପରେ ସେମାନେ ତୁରନ୍ତ ଦେଶ ଛାଡିବାକୁ ପଡିବ ବୋଲି କୁହାଯାଇଛି ।

Comments (0)
Add Comment