ଚିଲିକା ଓ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ୪.୭ କୋଟି


ଭୁବନେଶ୍ୱର- ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଓ ଓଡିଶାର ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷାଣବେକ୍ଷଣ ପାଇଁ ବିଗତ ୨ ବର୍ଷରେ ମୋଦୀ ସରାକର ୪,୭ କୋଟି ଟଙ୍କା ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଜାଭଡେକରଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ତିନି ବର୍ଷ ପୂର୍ବେ ଦଳ ଓ ଆବର୍ଜନାରେ ପୋତି ହୋଇଯାଇଥିବା ଅଂଶୁପା ହ୍ରଦର ପୁନରୁଦ୍ଧାର କରାଯିବା ସମସ୍ତଙ୍କୁ ଖୁସି ଦେଇଛି । ଅଂଶୁପା ହ୍ରଦ ଏବଂ ଚିଲିକା ହ୍ରଦ ବିଦେଶୀ ପକ୍ଷୀଙ୍କ ବାସଗୃହ ଓ ପ୍ରକୃତି ବିଶେଷଜ୍ଞ ପାଇଁ ମନମୋହିଲା ଭଳି ପରିବେଶ ସଦୃଶ ।

Comments (0)
Add Comment