ଭୁବନେଶ୍ୱର- ଗଞ୍ଜାମ ଜିଲ୍ଲାରେ କରୋନା ନେଲା ଆଉ ଏକ ଜୀବନ । ୪୬ ବର୍ଷୀୟ ଯୁବକ କରୋନା ମହାମାରୀରେ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଉଥିଲେ । ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଆଜି ସୁଦ୍ଧା ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୮ରେ ପଂହଚିଛି ।