ରାଜ୍ୟରେ ଆଉ ୭ ଜୀବନ ନେଲା କରୋନା, ୫ ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତରେ ପୁଣି ୭ଜଣଙ୍କ ମୃତ୍ୟୁ ହୋଇଛି । ୭ଜଣଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ୫ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ଏଥିସହ ରାଜ୍ୟରେ ମୋଟ ମୃତୁ୍ୟ ସଂଖ୍ୟା ୧୫୪ରେ ପହଂଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ , ସମସ୍ତ କରୋନା ମୃତକ ପୁରୁଷ ଅଛନ୍ତି । ଗଞ୍ଜାମରେ କେବଳ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରାୟଗଡା ଜିଲାରେ ୨ଜଣଙ୍କ ମୃତୁ୍ୟ ଘଟିଛି । ସେହିପରି କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ସବୁ ମୃତ୍ୟୁ ସଂଖ୍ୟାକୁ ମିଶାଇ ଗଞ୍ଜାମରେ କେବଳ ୮୫ଜଣଙ୍କ ମୃତ୍ୟୁ ଘଟିଛି ।

Comments (0)
Add Comment