କରୋନାରେ ଆଖି ବୁଜିଲେ ଆଉ ୮ ଆକ୍ରାନ୍ତ


ଭୁବନେଶ୍ୱର- ରାଜ୍ୟରେ ଆଜି କରୋନା ନେଲା ଆଉ ୮ ମୁଣ୍ଡ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକ ୮ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩, କଟକ ୨, ଖୋର୍ଦ୍ଧା, କନ୍ଧମାଳ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ରହିଛନ୍ତି । କନ୍ଧମାଳରୁ ପ୍ରାଣ ହରାଇଥିବା ୫୦ ବର୍ଷୀୟ ମହିଳା ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ । ସେହିପରି ଖୋର୍ଦ୍ଧାରୁ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ଘର ଭୁବେନଶ୍ୱର ଓ ୭୨ ବର୍ଷୀୟ ବୃଦ୍ଧ, ସେ ମଧୁମେହ ଓ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ, ବାଲେଶ୍ୱରର ୬୦ ବର୍ଷୀୟ ବୃଦ୍ଧ କିଡୀନ ରୋଗ, ହାର୍ଟ ରୋଗ ଓ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ । ଗଞ୍ଜାମରୁ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୭୮,୫୬ଓ ୪୫ ରହିଛି । ଏମାନଙ୍କ ମଧ୍ୟରୁ ଜଣେ ବୃଦ୍ଧା ରହିଛନ୍ତି । ସେହପିରି କଟକରୁ ପ୍ରାଣ ହରାଇଥିବା ୨ ଆକ୍ରାନ୍ତଙ୍କ ବୟସ ୬୬ ଓ ୬୭ ରହିଛି । ପୂର୍ବରୁ ଏାମନେ ବିିଭନ୍ନ ରୋଗରେ ଆକ୍ରାନ୍ତ ଥିବା ବେଳେ କରୋନାରେ ଏମାନଙ୍କର ମୃତ୍ୟୁ ହୋଇଛି ।

Comments (0)
Add Comment