ନୂଆଦିଲ୍ଲୀ- ଏଣିକି ବଜାରରେ ମିଳିବ କରୋନା ଔଷଧ ।  ସର୍ତ ମୂଳକ ଭାବେ ଫେଭିପିରାଭିର ଟାବେଲଟ ଓ ରେମଡିସିଭିର ଇଞ୍ଜେକସନ ବିକ୍ରି ପାଇଁ ଡ୍ରଗସ  କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ପକ୍ଷରୁ ଅନୁମତି ଦିଆଯାଇଛି । ସ୍ୱାସ୍ଥ୍ୟ  ବିଶେଷଜ୍ଞଙ୍କ ପ୍ରେସକ୍ରିପସନ ଥିଲେ  ଏହି ଔଷଧ କିଣି ହେବ ବୋଲି ଡିସିଜିଆଇ କହିଛି । ଚିକିତ୍ସା ପୂର୍ବରୁ  ଏକ ନିର୍ଦ୍ଧିଷ୍ଟ ଫର୍ମରେ ରୋଗୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଠାରୁ ସମ୍ମତି  ପତ୍ର ଆଣିବାକୁ  ପଡିବ । ଔଷଧ ବିକ୍ରି ସମୟରେ   ଦୋକାନୀ ଡାକ୍ତରଙ୍କ ପ୍ରେସକ୍ରିପସନ, ରୋଗୀଙ୍କ ସମ୍ମତି ପତ୍ର, ଔଷଧ କିଣୁଥିବା ବ୍ୟକ୍ତିଙ୍କ ବାସସ୍ଥାନ ପ୍ରମାଣପତ୍ର, ଯୋଗାଯୋଗ ସମ୍ପୂର୍ଣ୍ଣ ଠିକାଣାର ଫଟୋ କପି  ରଖିବାକୁ  ପଡିବ