ଥମୁନି କରୋନା : ଖୋର୍ଦ୍ଧାକୁ ଟପିଲା କଟକ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ଭୂତାଣୁ ସଂକ୍ରମଣ ଗତକାଲି ତୁଳନାରେ ଆଜି ସାମାନ୍ୟ ହ୍ରାସ ପାଇଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାକୁ କଟକ ଅତିକ୍ରମ କରିଛି । ଆଜି ରାଜ୍ୟରେ ୧୦,୭୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୬୦୨୪ ଚିହ୍ନଟ ହୋଇଥିବା ବେଳେ ୪୭୩୩ ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ । ତେବେ କଟକ ଜିଲ୍ଲାରୁ ସର୍ବାଧିକ ୯୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ୨୨ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି ।
ସେହିପରି ଖୋର୍ଦ୍ଧା ଜିଲ୍ଳାରୁ ୯୦୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୬୦୬, ବରଗଡରୁ ୪୦୪, ଭଦ୍ରକରୁ ୪୪୩, ବାଲେଶ୍ୱରରୁ ୩୫୪, ବଲାଙ୍ଗୀରରୁ ୫୦୩, ବୌଦ୍ଧରୁ ୧୩୩, ଦେବଗଡରୁ ୧୦୨, ଢେଙ୍କାନାଳରୁ ୨୮୯, ଗଜପତିରୁ ୧୪୧, ଗଞ୍ଜାମରୁ ୨୦୯, ଜଗତସିଂହପୁର ୩୧୯, ଯାଜପୁରରୁ ୨୮୧, ଝାରସୁଗୁଡାରୁ ୩୮୮, କଳାହାଣ୍ଡିରୁ ୧୨୫, କନ୍ଧମାଳରୁ ୮୭, କେନ୍ଦ୍ରାପଡାରୁ ୧୪୮, କେନ୍ଦୁଝରରୁ ୨୦୮, କୋରାପୁଟରୁ ୨୮୨, ମାଲକାନଗିରିରୁ ୧୨୩, ମୟୁରଭଞ୍ଜରୁ ୪୫୪, ନବରଙ୍ଗପୁରରୁ ୩୮୬, ନୟାଗଡରୁ ୨୨୭, ନୂଆପଡାରୁ ୫୦୨, ପୁରୀରୁ ୩୫୦, ରାୟଗଡାରୁ ୧୩୬, ସମ୍ବଲପୁରରୁ ୪୯୪, ସୋନପୁରରୁ ୨୪୫, ସୁନ୍ଦରଗଡରୁ ୮୩୨ ଓ ଷ୍ଟେଟ୍‌ପୁଲରୁ ୨୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟପକ୍ଷରେ ମୃତକଙ୍କ ମଧ୍ୟରେ ବୌଦ୍ଧ, ଖୋର୍ଦ୍ଧା, କୋରାପୁଟ, ନୂଆପଡା, ରାୟଗଡ, ସୁନ୍ଦରଗଡରୁ ୩ ଲେଖାଁଏ, ଅନୁଗୁଳରୁ ୨ ଲେଖାଁଏ, ଗଜପତି ଓ ପୁରୀରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୩୩୫କୁ ବୃଦ୍ଧି ପାଉଛି ।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୨୨୯୮୧ରେ ପହଞ୍ଚିଥିବା ବେଳେ ୫,୧୪,୫୩୨ ଜଣ ସୁସ୍ଥ ହୋଇ ସାରିଲେଣି । ରାଜ୍ୟରେ ଏବେ ୧ଲକ୍ଷ ୬୦୬୧ ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି ।

Comments (0)
Add Comment