୨୧ ଜୀବନ ନେଲା ଅମ୍ଫାନ

ନୂଆଦୀଲ୍ଲୀ: ସାମୁଦ୍ରିକ ବାତ୍ୟା ଅମ୍ଫାନ ଯୋଗୁଁ ୨୧ ଜଣଙ୍କର ପ୍ରାଣହାନୀ ହୋଇଛି । ମୃତକଙ୍କ ମଧ୍ୟରେ ଓଡ଼ିଶାରେ ୨ ,ପଶ୍ଚିମବଙ୍ଗରେ ୧୨ ଓ ବାଂଲାଦେଶରେ ୭ଜଣ ଥିବା ନେଇ ବିଭିନ୍ନ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ବାଂଲାଦେଶରେ ଅନୂନ୍ୟ ଏକ ନିୟୁତ ଲୋକଙ୍କ ଘରୁ ବିଜୁଳି ସଂଯୋଗ ବିଛ୍ନ୍ନ୍ ହୋଇଥିବାର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଆମେ ତିନି ପ୍ରକାର ସଙ୍କଟର ସମ୍ମୁଖୀନ ହୋଇଛୁ: କରୋନାଭାଇରସ୍, ଘରକୁ ବାହୁଡୁଥିବା ହଜାର ହଜାର ପ୍ରବାସୀ ଶ୍ରମିକ ଏବଂ ଏବେ ବାତ୍ୟା।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ଗୁରୁବାର ରାତି ୨: ୩୦ ମିନିଟ୍‌ ସୁଦ୍ଧା ବାତ୍ୟା ଅମ୍ଫାନ୍ କୋଲ୍‌କାତା ଠାରୁ ଉତ୍ତର- ଉତ୍ତରପୂର୍ବ ଦିଗରେ ୨୧୦ କିଲୋମିଟର୍ ଦୂର ବାଂଲାଦେଶ ଉପରେ କେନ୍ଦ୍ରୀଭୂତ ହୋଇ ରହିଛି। ଏହା ସେହି ଦିଗରେ ଆହୁରି ଅଗ୍ରସର ହୋଇ ଗୁରୁବାର ସକାଳେ ଗଭୀର ଅବପାତରେ ରୂପାନ୍ତର ହେବ। ଫଳରେ ଗୁରୁବାର ଦିନ ସାରା ଉତ୍ତର ବଙ୍ଗରେ ପ୍ରବଳ ବର୍ଷା ହେବ। ଶୁକ୍ରବାର ଦିନ ଆକାଶ ମେଘମୁକ୍ତ ହେବ ବୋଲି ଆଲିପୁର ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି।

Comments (0)
Add Comment