ରୋଗୀଙ୍କୁ ଚିକିତ୍ସା ନକଲେ ଦୃଢ କାର୍ଯ୍ୟାନୁଷ୍ଟାନ

ଭୁବନେଶ୍ୱର: ହଟସ୍ପଟ ଜିଲ୍ଲାର ରୋଗୀଙ୍କୁ ଚିକିତ୍ସା ନକଲେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଘରୋଇ ହସ୍ପିଟାଲ ମାନଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟସରକାର । ସୂଚନା ଅନୁସାରେ ହଠସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇ ଦିଆ ଯାଉନଥିବାର ଅଭିଯୋଗ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ରୋଗୀଙ୍କୁ ମେଡିକାଲରେ ଆଡମିସନ ନକରିବା ବେଆଇନ୍ ତେଣୁ ଏସବୁ କରୁଥିବା ହସ୍ପିଟାଲ ଏବଂ କ୍ଲିନିକ୍ ଉପରେ ଆକ୍ସନ ନିଆଯିବ । ଏନେଇ ୧୦୦ ନମ୍ବରକୁ ଫୋନ କରି ଜଣାଇବାକୁ ଟୁଇଟ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Comments (0)
Add Comment