ଭୁବନେଶ୍ୱର: ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆସନ୍ତା କାଲି ଦିନ ୧୧ଟା ବେଳେ ଅନୁଷ୍ଟିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ । ଭର୍ଚ୍ଚୁଆଲି ଏହି ବୈଠକ ହେବାକୁ ଯାଉଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହି ବୈଠକରେ ଭାଗ ନେବେ ଏବଂ ଅନ୍ୟ ୧୪ ଜଣ କମିଟି ସଦସ୍ୟ ତଥା ବିଧାୟକ ଲୋକସେବା ଭବନରେ ରହି ବୈଠକରେ ଅଂଶଗ୍ରହଣ କରିବେ ବୋଲି ଜଣା ପଡିଛି ।