କରୋନା ଭାଇରସ୍ ମୁକାବିଲା ଜାରି ରହିଛି : ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଭାରତ ସରକାର ମହାମାରୀ କରୋନା ଭାଇରସ୍ ମୁକାବିଲା ଲାଗି ଲଢେଇ ଜାରି ରଖିଛନ୍ତି । କରୋନା ମହାମାରୀ ପରଠାରୁ ଦେଶବାସୀ ଅନେକ ଅଭିଜ୍ଞତା ହାସଲ କରିଛନ୍ତି । ଏଥି ସହିତ ଦେଶରେ ଭେଂଟିଲେଟର ନିର୍ମାଣର କ୍ଷମତା ବଢିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ସେ କହିବା ମୁତାବକ ଭାରତରେ ପ୍ରଥମ କରୋନା ପଜିଟିଭ ଜାନୁଆରୀ ୩୦ ରେ ଜଣାପଡିଥିଲା । ବର୍ତମାନ ପର୍ଯ୍ୟନ୍ତ ଲଢେଇ ଜାରି ରହିଛି । ଏତେ ବଡ ଦେଶ ହୋଇଥିଲେ ମଧ୍ୟ ଆମେ ସଫଳତାର ସହିତ କରୋନା ମୁକାବିଲା କରୁଛୁ । ୬ ମାସ ପୂର୍ବରୁ ଦେଶରେ ଭେଂଟିଲିଟର ଆମଦାନୀ ହେଉଥିଲା । କିନ୍ତୁ ଆଜି ୩ ଲକ୍ଷ ଭେଂଟିଲେଟର ଦେଶରେ ନିର୍ମାଣ ହୋଇପାରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ , ହାଇଡ୍ରୋକ୍ସି କ୍ଲୋରୋକୁଇନ ଔଷଧର ରପ୍ତାନୀ ହେଉଛି । ଏପ୍ରିଲରେ ପ୍ରତିଦିନ ୬୦୦୦ କରୋନା ନମୁନା ପରୀକ୍ଷା ହେଉଥିବା ସମୟରେ ଏଯାବତ୍ ୫ ଲକ୍ଷରୁ ଅଧିକ ପରୀକ୍ଷା ହେଉଛି ।

Comments (0)
Add Comment