ଭୁବନେଶ୍ୱର- ଆସନ୍ତା ୭ ଦିନ ମଧ୍ୟରେ ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ନୋଟିସ ଜାରି କରିଛି ଇଡୋକ । ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ବନ୍ଦ କରିଦିଆଯାଇଛି । ଏକାମ୍ର ହାଟରେ ୬୨ଟି ଷ୍ଟଲ ରହିଛି । ହାଟ ବନ୍ଦ ହୋଇଗଲେ ୧୦୦୦ରୁ ଅଧିକ ବ୍ୟବସାୟୀଙ୍କ ପରିବାର ଅସୁବିଧାର ପଡିବ । ତେଣୁ ସେମାନଙ୍କୁ ଅନ୍ୟ ଜାଗାରେ ଥଇଥାନ କରିବାକୁ ଏକ୍ରାମ ହାଟ ବ୍ୟବସାୟୀ ସଂଘ ଦାବି କରିଛନ୍ତି । କରୋନା ଲକଡାଉନ ପାଇଁ ଦୀର୍ଘ ୬ ମାସ ଧରି ହାଟ ବନ୍ଦ ରହିଥିଲା । ଏବେ ହାଟ ଖୋଲି ବ୍ୟବସାୟ ସ୍ୱଭାବିକ ହେବକୁ ଯାଉଥିବା ବେଳେ ଇଡୋକର ଏପରି ନିର୍ଦେଶ ବ୍ୟବସାୟୀଙ୍କ ଚିନ୍ତାର କାରଣ ପାଲଟିଛି ।