ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ କଲେ ଡ. ସସ୍ମିତ ପାତ୍ର


ନୂଆଦିଲ୍ଲୀ- ସାଂସଦ ଡ.ସସ୍ମିତ ପାତ୍ର ରାଜ୍ୟସଭାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ କରିଛନ୍ତି । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ନ୍ୟାସନାଲ ଫରେନସିକ ସାଇନ୍ସ ୟୁନିଭରସିଟି ବିଲ ଏବଂ ରାଷ୍ଟ୍ରୀୟସୁରକ୍ଷା ୟୁନିଭରସିଟି ବିଲ ପାରିତ କରିଛନ୍ତି । ତାଙ୍କ ଅଧ୍ୟକ୍ଷତାରେ ଗୃହ ପରିଚାଳନା ସମୟରେ କୌଣସି ହଙ୍ଗମା ହୋଇନଥିଲା । ଦଳ ଅନୁସାରେ ବକ୍ତାଙ୍କୁ ବିଲ ଉପରେ କହିବାକୁ ଅନୁମତି ଦେଇଥିଲେ । ଏହି ଦୁଇଟି ବିଲ ପାରିତ ହେବାପରେ ସସ୍ମିତ ପାତ୍ରଙ୍କୁ ପ୍ରଶଂସା କରିଥିଲେ ।

Comments (0)
Add Comment