ଜର୍ମାନୀରୁ ସେନା ହ୍ରାସ କଲା ଆମେରିକା

ନୂଆଦିଲ୍ଲି: ଭାରତ ଓ ଚୀନ୍ ମଧ୍ୟରେ ସୀମା ଉତେଜନା ଜାରି ରହିଥିବା ବେଳେ ଆମେରିକା ପକ୍ଷରୁ ଆସିଛି ଏକ ବଡ ଆଶ୍ୱାସନା । ଜର୍ମାନୀରେ ମୁତୟନ ସୈନ୍ୟ ସଂଖ୍ୟା ହ୍ରାସ କରି ଚୀନ ସୀମା ସଂଲଗ୍ନ ଅଞ୍ଚଳରେ ମୁତୟନ କରିବାକୁ ଆମେରିକା ବିଚାର ବିମର୍ଷ ଚଳାଇଛି । ବ୍ରସେଲସ୍ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଜର୍ମାନୀରୁ ସୈନ୍ୟ କମାଇବାର କାରଣ ସମ୍ପର୍କରେ ଦୃଷ୍ଟି ଆ୍କର୍ଷଣ କରିବାରୁ ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି ଯେ ଦକ୍ଷିଣ ଏସିଆରେ ଚୀନ୍ ମନମାନି ଓ ଚୀନ୍ ପକ୍ଷରୁ ଭାରତ ପ୍ରତି ଥିବା ବିପଦକୁ ଦୃଷ୍ଟିରେ ରଖି ଟ୍ରମ୍ପ ସରକାର ଏପରି ନିଷ୍ପତି ନେଇଛନ୍ତି । ଆମେରିକା ସୈନ୍ୟକଙ୍କୁ ଉପଯୁକ୍ତ ସ୍ଥାନରେ ମୁତୟନ କରାଯିବ । ବର୍ତମାନ ଯେ କୌଣସି ଚ୍ୟାଲେଂଜର ମୁକାବିଲା କରିବା ପାଇଁ ଆମେରିକୀୟ ସେନା ପ୍ରସ୍ତୁତ ରହିଛନ୍ତି ବୋଲି ମାଇକ୍ ପମ୍ପିଓ କହିଛନ୍ତି ।

Comments (0)
Add Comment