କାବୁଲ: ଆଫଗାନିସ୍ତାନରେ କାର ବୋମା ବିସ୍ଫୋରଣ ହୋଇଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣା ଆଫଗାନିସ୍ତାନର ମଧ୍ୟ ଲୋଗାଲ ରାଜ୍ୟରେ ରାଜଧାନୀ ପୁଲ-ଏ-ଆଲମ ସହରରେ ଘଟିଛି । ମାତ୍ର ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୈାଣସି ସଂଗଠନ ନିଜକୁ ଦାୟୀ କରିନାହାଁନ୍ତି । ଆକ୍ରମଣରେ ମୃତ ହୋଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ ବୋଲି ଆଫଗାନିସ୍ତାନ ଗୃହ ମନ୍ତ୍ରାଳୟର ମୁଖପାତ୍ର ତାରିକ ଆରିୟାନ କହିଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।