ଭୁବନେଶ୍ୱର- ରାଜ୍ୟରେ ଥିବା ସସସ୍ତ କୋଭିଡ ହସ୍ପିଟାଲରେ ୧୫ ଦିନରେ ଥରେ ହେବ ଅଗ୍ନି ନିରାପତା ବ୍ୟବସ୍ଥାର ଯାଂଚ ରକାଯିବ । ହସ୍ପିଟାଲ ପକ୍ଷରୁ ଦୈନିକ ଅଗ୍ନି ନିରାପତା ବ୍ୟବସ୍ଥାର ଯାଂଚ କରିବା ସହ ଅଗ୍ନିଶମ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି । ମେଡିକାଲରେ ଦୈନିକ ସିଫ୍ଟି ଭିତିରେ ନିଜସ୍ୱ ଅଗ୍ନି ନିରାପତା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଏହି ଅଧିକାରୀ ହସ୍ପିଟାଲର ଅଗ୍ନିଶମ ନିରାପତା ସଂପର୍କିତ ସମସ୍ତ ଦିଗକୁ ଯାଂଚ କରିବେ । ଏନେଇ ପ୍ରସ୍ତୁତ କରିଥିବା ରିପୋର୍ଟ ଦ୍ୱିତୀୟ ସିଫ୍ଟର ଅଧିକାରୀଙ୍କୁ ଦେବେ ଏବଂ ଏହା ପରେ ୧୫ ଦିନରେ ଥରେ ହସ୍ପିଟାଲକୁ ଯାଇଥିବା ଅଗ୍ନିଶମ ଅଧିକାରୀ ସେସବୁର ଯାଂଚ କରିବେ । ଏନେଇ ଜିଲ୍ଲାସ୍ତରୀୟ ଅଗ୍ନିଶମ ଅଧିକାରୀ ଓ ସହକାରୀ ଅଗ୍ନିଶମ ଅଧିକାରୀଙ୍କ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ କୋଭିଡ ହସ୍ପିଟାଲରେ ଅଗ୍ନି ନିରାପତାକୁ ଗୁରୁତ୍ୱ ଦିଆଯାଇଛି ।