ଦେଓଗଡ- ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ଦେବଗଡ ଥାନା ଅନ୍ତର୍ଗତ କଲାଂଟିଚିଲାଣ୍ଡିଖୋଳ ଗାଁରେ । ମୃତକଙ୍କ ଘର ରିଆମାଳ ଥାନା ଅନ୍ତର୍ଗତ କନସର ଗାଁ । ସୂଚନାଅନୁଯାୟୀ ଗତକାଲି ରାତିରେ ଜଣେ ସମ୍ପର୍କୀୟ ଘରକୁ ଯାଇ ବୋମା ପ୍ରସ୍ତୁତ କରୁଥିଲେ । ଏହି ସମୟରେ ବୋମା ହଠାତ୍ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।