ଗଞ୍ଜାମରୁ ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ

ଗଞ୍ଜାମ-ବୁଧବାର ଦିନ ଗଞ୍ଜାମ ଜିଲ୍ଲାରୁ ପୁଣି ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ୟା ୧୭୭ରେ ପଂହଚିଛି । ସେମାନଙ୍କ ମଧ୍ୟ
ରୁ ୧୧୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାଜପୁର ଜିଲ୍ଲାରେ ସର୍ବାଧିକ ୫୩ ଜଣ, ଖୋର୍ଦ୍ଧାରେ ୧୫, ଭଦ୍ରକରେ ୯, ସୁନ୍ଦରଗଡରେ ୭, ବଲାଙ୍ଗୀର, କେନ୍ଦୁଝର ଓ ଝାରସୁଗୁଡାରେ ୨, କୋରାପୁଟ ଓ ଦେବଗଡରେ ଜଣେ ଲେଖାଏ ସକ୍ରିୟ ଚିକିତ୍ସିତ ହେଉଛନ୍ତି ।

Comments (0)
Add Comment