ଭୁବନେଶ୍ୱର- ଭୁବନେଶ୍ୱରରେ  ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ପାର କରୁଛି ।  ଏହି ସଂକ୍ରଣରେ ରୋକ ଲଗାଇବା ପାଇଁ  ଭୁବେନଶ୍ୱରରେ ଗଞ୍ଜାମ ଫର୍ମୁଲା ଲାଗୁ କରିବା ନେଇ ବିଏମସି ପକ୍ଷରୁ ନିଷ୍ପତି ନିଆଯାଇଛି । କୋଭିଡ ଦାୟିତ୍ୱରେ ଥିବା ଆଇଏଏସ ଅଫିସର ପାରୁଲ ପଟୱାରୀ ଏନେଇ ସୂଚନା ଦେଇଛନ୍ତି ।  ବସ୍ତି ଓ ଅନ୍ୟାନ୍ୟ ଅଂଚଳରେ  ହେଲଥ  ସ୍କ୍ରିନଂ କରିବ  ରାପିଡ ରେସପନ୍ସ ଟିମ । ହୋମ  ଆଇସୋଲେସନରେ ଥିବା ଘରୁ ବିଏମସି ବର୍ଜ୍ୟବସ୍ତୁ ସଂଗ୍ରହ କରିବ । ବ୍ୟାପକ ହେଲଥ ସ୍କ୍ରିନଂ ପାଇଁ ୫୬୫ଟି  ରାପିଡ  ରେସପେନ୍ସ  ଟିମ ଗଠନ କରାଯିବ ।  ଆକ୍ରାନ୍ତ  ନିୟମ ମାନୁଛନ୍ତିକି ନାହିଁ ତାହାରି ଉପରେ କଡା ନଜର ରଖିଯିବ ।