ନବରଙ୍ଗପୁର: ଗୁଣିଆ ସନ୍ଦେହ କରି ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କୁ ଜୋର ଜବରଦସ୍ତ ବିଷ୍ଟା ଖୁଆଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅର୍ନ୍ତଗତ ଜମାଦୋରାପଡା ଗ୍ରାମରେ । ଏହି ମାମଲାରେ ଚନ୍ଦାହାଣ୍ଡି ପୋଲିସ ଗୋଟିଏ ପରିବାରର ୫ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଜମାଦାରପଡା ଗ୍ରାମର ଜଣୋ ଯୁବକ ଦେବସିଂ ହାତି ସାପ କାମୁଡାରେ ମୃତ୍ୟୁ ବରଣ କରିଥିଲା । ମୃତକଙ୍କ ପରିବାର ଲୋକେ ଜଣେ ଗୁଣିଆକୁ ଡାକି ଘରେ ପୁଜା ପାଠ କରିଥିଲେ । ଝତିଶଗଡର ଗୁଣିଆ ଜଣଙ୍କ କହିଥିଲା ଯେ ସେହି ଗାାଁ ହିରାସିଂ ଦଳେଇ ଗୁଣି କରି ସାପ ଦ୍ୱାରା ଦେବସିଂକୁ ମାରିଦେଇଛି । ଗୁଣିଆ କଥାରେ ବିଶ୍ୱାସ କରି ଦେବସିଂ ର ପରିବାର ଲୋକେ ପଂଚାୟତ ବସାଇଥିଲେ ଏବଂ ହିରାସିଂ କୁ ମାଡ ମାରି ତାକୁ ଯବର ଦସ୍ତ ବିଷ୍ଟା ଖୁଆଇଥିଲେ । ଏନେଇ ହିରାସିଂ ଥାନାରେ ଏତଲା ଦେଇଥିଲା ।