ପାରାଦୀପକୁ ଗଡିଲା ଟ୍ରାଏଲ୍ ଟ୍ରେନ୍

କେନ୍ଦ୍ରାପଡା: ହରିଦାସପୁରୁ ପାରାଦ୍ୱୀପକୁ ୮ବଗି ବିଶିଷ୍ଟ ଟ୍ରାଏଲ ରେଳ ଗଡିଛି । ଏକ ସ୍ୱତନ୍ତ୍ର ଟ୍ରେନରେ ରେଳ ବିଭାଗର ଅଧିକାରୀମାନେ ପହଂଚି ବିଭିନ୍ନ ସ୍ଥାନରେ ବୁଲି ସ୍ଥିତି ଯାଂଚ କରିଥିଲେ । ମାଇକ୍ ଯୋଗେ ପ୍ରଚାର କରାଯାଇ ସମ୍ପୃକ୍ତ ଅଂଚଳରେ ଗାଇ ଗୋରୁ ନ ଛାଡିବା ପାଇଁ ମଧ୍ୟ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ କରି ଟ୍ରେନ୍ ଚଳାଚଳ କରିବା ନେଇ ଜନସାଧାରଣ ଉତ୍ସୁକତାର ସହିତ ଚାହିଁ ବସିଥିଲେ । ଯଦି ଯାତ୍ରୀବାହୀ ଟେନ୍ରର ଚଳାଚଳ ଠିକ୍ ଭାବେ ରୁହେ, ତେବେ ଏହି ମାସ ଶେଷ ସୁଦ୍ଧା ମାଲବାହୀ ଟ୍ରେନ ଗଡିବାର ସମ୍ଭାବନା ରହିଛି ବୋଲି ରେଳ ବିକାଶ ନିଗମର ମଖ୍ୟ ପ୍ରକଳ୍ପ ପରିଚାଳକ ପ୍ରଦୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Comments (0)
Add Comment