ହୀରାକୁଦର ଆଉ ୪ଟି ଗେଟ ବନ୍ଦ


ସମ୍ବଲପୁର- ହୀରାକୁଦର ଆଉ ୪ଟି ଗେଟ ବନ୍ଦ ହୋଇଛି । ବର୍ତମାନ ମୋଟ ୩୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଡ୍ୟାମର ଜଳ ଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳ ପତନ ୬୨୭,୨୯ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଡ୍ୟାମକୁ ୪ ଲକ୍ଷ ୯୪ ହଜାର ୦୯୪ କୁ୍ୟସେକ ଜଳ ପଶୁଛି ଓ ୬ ଲକ୍ଷ ୬୫ ହଜାର ୬୨୪ କୁ୍ୟସେକ ଜଳ ନିଷ୍କାସିତ ହେଉଛି । ଗତକାଲି ହୀରାକୁଦର ୩ଟି ଗେଟ ବନ୍ଦ ହୋଇଥିଲା । କଟକ ମୁଣ୍ଡଳିରେ ୯ ଲକ୍ଷ ୨୩ ହଜାର ୭୫୦ କୁ୍ୟସେକ ଜଳ ପ୍ରବାହିତ ହେଉଛି ।

Comments (0)
Add Comment