ଚକ୍ରଦୋଳି ଦିବସ

ଆଜି ଚକ୍ରଦୋଳି ଦିବସ । ୨୦୧୪ରୁ ଏହି ଦିବସ ପାଳନ କରାଯାଉଛି । ବହୁ ପ୍ରାଚୀନ କାଳରୁ ଏହା ଆବାଳ ବୃଦ୍ଧବନିତାଙ୍କ ମନୋରଂଜନ କରିଆସିଲାଣି । ୫୦୦ ଏଡିରେ ବାଇଜାନଟାଇନ୍ ସାମ୍ରାଜ୍ୟରେ ଏହାର ଉତ୍ପତି ହୋଇଥିଲା । ୧୮୭୧ରେ ଆଇଓୱା ଅନ୍ତର୍ଗତ ଡାଭେନପୋର୍ଟର ମାର୍କିନ୍ ଉଭାବକ ୱାଲିଅମ୍ ସ୍ନାଇଡର୍, ଆଧୁନିକ ଚକ୍ରଦୋଳି ବିକଶିତ କରିଥିଲେ । ତାଙ୍କ ସମ୍ମାନର୍ଥେ ଏହି ଦିବସ ପାଳନ କରାଯାଉଛି । ସେ ହିଁ ବିଶ୍ୱରେ ପ୍ରଥମେ ଚକ୍ରଦୋଳିର ପେଟେଂଟ କରାଇଥିଲେ । ତେବେ, ତାଙ୍କ ପୂର୍ବରୁ ଫ୍ରାନ୍ସ ଓ ଜର୍ମାନିରେ ଚକ୍ରଦୋଳି ଥିବାର ପ୍ରମାଣ ଅଛି ।

Comments (0)
Add Comment