ଏ ସପ୍ତାହରେ ବଢିବ ବର୍ଷା

ଭୁବନେଶ୍ୱର: ଟ୍ରଫଲାଇନ୍ ପ୍ରଭାବରେ ଆସନ୍ତା ୧୬ରୁ ୨୧ ତାରିଖ ଭିତରେ ରାଜ୍ୟରେ ବର୍ଷାର ହେବାର ସମ୍ଭାବନା ଅଛି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଯାହା ଚାଷ କାମ ଆଗେଇବାରେ ସହାୟକ ହେବ । ଉତର ଓଡିଶାରେ ୧୮ ରୁ ୨୧ ତାରିଖ ମଧ୍ୟରେ ମଧ୍ୟମରୁ ଭାରି ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ୨୩ ତାରିଖ ପରେ ବର୍ଷାର ପରିମାଣ ବିଶେଷ ଭାବେ କମିଯିବ । ଡକ୍ଟର ପଶୁପାଳକ କହିଛନ୍ତି , ଏହି ସମୟ ଭିତରେ ଚାଷ କାମ ଆଗେଇବାକୁ ପଡିବ ବିଳମ୍ବ କଲେ ଆଗକୁ ବର୍ଷା ଅଭାବ ସ୍ଥିତି ଯୋଗୁ ସମସ୍ୟା ବଢିପାରେ ।

Comments (0)
Add Comment