ଭୁବନେଶ୍ୱର- ପୁଣି ନୂଆ ୩୮ ପଜିଟିଭ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୨୫ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ଅନ୍ୟ ୧୩ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ବର୍ଷକର ଶିଶୁ ରହିଛି । ଜୟଦେବ ବିହାରରୁ ୫, ମଂଚେଶ୍ୱର ୧୬, ୟୁନିଟ -୮ରୁ ୨, ୟୁନିଟ-୬ରୁ ଜଣେ ଅନ୍ୟ ଜଣେ ଭୁବନେଶ୍ୱରରେ ପେଡ କ୍ୱାରେଂଟିନ ସେଂଟରରେ ଥିଲେ । ସ୍ଥାନୀୟ ଆକ୍ରାନ୍ତ ହେଲେ ଏକ ଘରୋଇ ହସ୍ପିଟାଲରୁ ୬, ଶିରିପୁର ୪, ଚକେଇସିଆଣୀ ଜଣେ, ମଂଚେଶ୍ୱର ଜଣେ ଓ ଭିଏସଏସ ନଗରରୁ ଜଣେ ଚିହ୍ନଟ ହୋଇଛନ୍ତି ।