ଭାରତୀୟ ବାୟୁସେନା ଲଞ୍ଚ କଲା ‘ମାଇ ଆଇଏଏଫ୍’ ମୋବାଇଲ୍ ଆପ୍

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ଏକ ମୋବାଇଲ୍ ଆପ୍ଲିକେସନ୍ ଲଞ୍ଚ କରାଯାଇଛି। ଯାହାର ନାମ “ମାଇ ଆଏଏଫ୍” ରଖାଯାଇଛି। ଏହି ମୋବାଇଲ୍ ଆପରେ, ଆପଣ ବାୟୁସେନାରେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ଏବଂ ଚାକିରିର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ। ଏହି ଆପରେ ବାୟୁସେନାରେ ଭର୍ତ୍ତି ହେବାକୁ ଇଛୁକ ଥିବା ପିଲାମାନେ ବାୟୁସେନାରେ ଭର୍ତ୍ତି ହେବାର ଚୟନ ପ୍ରକ୍ରିୟା, ତାଲିମ ପାଠ୍ୟକ୍ରମ, ଦରମା ଏବଂ ଅନ୍ୟାନ୍ୟ ସୂଚନା ସହଜରେ ପାଇପାରିବେ।
ଭାରତୀୟ ବାୟୁସେନାର ସଭାପତି ଏୟାର ମାର୍ଶଲ ଆର.କେ.ଏସ୍ ଭଦଉରିଆଙ୍କ ନେତୃତ୍ୱରେ “ମାଇ ଆଇଏଫ୍” ଆପ୍ ଲଞ୍ଚ କରାଯାଇଛି। ଏହି ଆପ୍ ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଅଧୀନରେ ଲଞ୍ଚ କରାଯାଇଛି। ଏହି ଆପର ଉନ୍ମୋଚନ ହେବା ନେଇ ଭାରତୀୟ ସେନାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଦିଆଯାଇଛି।
ଗୁଗୁଲ୍ ପ୍ଲେ ଷ୍ଟୋରକୁ ଯାଇ ସହଜରେ ଏହି ଆପ୍ ଡାଉନଲୋଡ୍ କରିପାରିବେ। ଏହି ଆପ୍ ଭାରତୀୟ ବାୟୁସେନା (ଭାରତୀୟ ବାୟୁସେନା- ଆଇଏଏଫ୍)ର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ସହିତ ଜଡିତ। ଏହି ଆପରେ ଉପଭୋକ୍ତାମାନେ ମଧ୍ୟ ଭାରତୀୟ ବାୟୁସେନାର ଇତିହାସ ଏବଂ ବୀରତ୍ୱର କାହାଣୀ ସମ୍ବନ୍ଧରେ ଜାଣିପାରିବେ। ମାଇଁ ଆଇଏଏଫ୍(‘My IAF) ଆପ୍‌ର ଆକାର ହେଉଛି ୧୬ ଏମ୍‌ବି। ଏହି ଆପ୍ ସଂପୂର୍ଣ୍ଣ ମାଗଣା।

Comments (0)
Add Comment