ଶ୍ରୀନଗର: କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ବିଜେପି ନେତାଙ୍କ ସମେତ ତାଙ୍କ ପିତା ଓ ଭାଇ କୁ ଗୁଳି କରି ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ଏହି ଘଟଣା ଭିଆଇଥିବା ସନ୍ଦେହ କରାଯାଇଛି । ମୃତ ବିଜେପି ନେତାଙ୍କ ନାମ ଶେଖ ୱାସିମ ବାରି ବୋଲି ଜଣାପଡିଛି । ସେ ବାନ୍ଦିପୋରା ଜିଲ୍ଲାରେ ବିଜେପିର ପୂର୍ବତନ ଅଧ୍ୟକ୍ଷ ଥିଲେ । ବାନ୍ଦିପୋରା ଏକ ଦୋକାନ ନିକଟରେ ଏହି ଘଟଣା ଘଟିଛି । ମୃତ ବିଜେପି ନେତାଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ୮ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ଗିରଫ କରାଯାଇଛି ।