ଜଗା- ବଳିଆଙ୍କୁ ବର୍ଷେ


ଭୁବନେଶ୍ୱର- ଆଜିର ଦିନରେ ଅର୍ଥାତ ୨୦୧୯ ସେପ୍ଟେମ୍ବର ୬ ତାରିଖରେ କଟକ ଏସସିବିରେ ଭର୍ତି ହୋଇଥିଲେ ଜଗା-ବଳିଆ । ଏସସିବିରେ ରହି ଚିକିତ୍ସିତ ହେବାକୁ ଜଗାବଳିଆକୁ ପୂରିଛି ବର୍ଷେ । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । କରୋନା ପାଇଁ ତାଙ୍କୁ ସର୍ତକ ରଖାଯାଇଛି ବୋଲି ଚିକିତ୍ସା କିମିଟିର ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର କହିଛନ୍ତି । ଜଗା-ବଳିଆଙ୍କ ଯୋଡା ମୁଣ୍ଡ ଦିଲ୍ଲୀ ଏମସରେ ଅସ୍ତ୍ରପଚାର କରାଯାଇଥିଲା ଓ ଅକ୍ଟୋବର ୨୫ରେ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରପଚାର ପରେ ସେ ଅଲଗା ହୋଇଥିଲେ । ପରେ ତାଙ୍କୁ ଏସିସିବିରେ ଭର୍ତି କରାଯାଇଥିଲା । ଜଗା-ବଳିଆ ସ୍କୁଲ ଯାଇପାରିବେ ବୋଲି ଏସସିବିର ଫ୍ରଫେସର ଡାକ୍ତର ଦୀପକ ଗୁପ୍ତା କହିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଜଗାର ସ୍କୁଲ ଯିବା ସଂପର୍କରେ ବିଚାର କରିଥିଲେ । କିନ୍ତୁ ଜଗା ଏବେ ବି ହେଲମେଟ ପିନ୍ଧୁଛି । ତେଣୁ ସେ ସ୍କୁଲ ଯାଇପରିବ ନାହିଁ, ଯଦି ସ୍କୁଲ ଯିବ ବିପଦ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

Comments (0)
Add Comment